Advertisements

Satyajeet - Chhadiki Paribi Tate

Odia
A A

Chhadiki Paribi Tate

ଛାଡ଼ି କି ପାରିବି ତତେ, ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି, ଅପେକ୍ଷାର କାଳ ସରୁ ସରୁ
ଆଚ୍ଛନ୍ନ, କରିଛି ରୂପ ଚମତ୍କାର, ଦୁର୍ଲଭ ଯା ସର୍ବତ୍ର ମହୀରେ

ଆଖିରେ ଲେଖି ସପନ, ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଜୀବନ ବିବର୍ଣ୍ଣ ଯଦି, ରଙ୍ଗ ତୋର ନ ଦେଖେ ନୟନ
ବଞ୍ଚିବା ନିଷ୍ଫଳ ଯଦି, ତୋର ସ୍ମୃତି ନ ଆଣେ କମ୍ପନ
କେମିତି ବା ବୁଝାଇବି, ଭାଷା-ଶବ୍ଦ ସବୁ ଭୁଲୁଣ୍ଠିତ
ତୋ ମୋ ସମ୍ପର୍କ କି, କଷ୍ଟପ୍ରଦ ଅବୁଝା ଗଣିତ
ଆଚ୍ଛନ୍ନ, କରିଛି ରୂପ ଚମତ୍କାର, ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ୍ନ, କରିଛି ରୂପ ଚମତ୍କାର, ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ, ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡ଼ି କି ପାରିବି ତତେ, ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି, ଅପେକ୍ଷାର କାଳ ସରୁ ସରୁ
 
କହିବାର ନାହିଁ ଶକ୍ତି , ବୟସର ବୟସ୍କ ଲଗନେ
ତୁହି ମୋର ରଜନୀଗନ୍ଧା, ଭାବନାର ସୌମ୍ୟ ଉପବନେ
କାରଣରେ ବିଜଳିତ, ନିରିମାୟା ନିରୀହ ହୃଦୟ
ହେ!, ମୋର ଅବୁଝା ସାଥି, ତୁହି ମୋର ନବସୂର୍ଯ୍ୟୋଦୟ
ଆଚ୍ଛନ୍ନ, କରିଛି ରୂପ ଚମତ୍କାର, ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ୍ନ, କରିଛି ରୂପ ଚମତ୍କାର, ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ, ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡ଼ି କି ପାରିବି ତତେ, ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି, ଅପେକ୍ଷାର କାଳ ସରୁ ସରୁ
 
Thanks!
Submitted by PrathameshPrathamesh on Wed, 06/01/2021 - 19:34

Comments
IceyIcey    Sun, 07/03/2021 - 14:45

Please, add the correct title to this song, in Odia script, moving the transliterated title to its proper field, thank you!

Read about music throughout history