Advertisements

Chocolate (OST) [India] - କିଛି ବାଟ ଚାଲି ପୁଣି (Kichi bata chali puni)

A A

କିଛି ବାଟ ଚାଲି ପୁଣି

କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ, ଜାଣିନଥିଲି
ଗୋଟେ ରାତି ପାଇଁ ଖାଲି ଦୀପଟିଏ ଜାଳିଥିଲି
ହେଲେ ହାତ ଜଳିଯିବ, ଜାଣିନଥିଲି
 
କେତେ ମିଠା କଥା ଥିଲା, କିଛି କିଛି କହିହେଲା
ଆଉ କିଛି ରହିଗଲା
ଏ କାହାଣୀ ଏମିତିକା, ଶେଷ ହେବ ଜାଣିଥିଲି
ହେଲେ ଆଖି ଭିଜିଯିବ ଜାଣିନଥିଲି
 
ମୋ ମନର ଏଇ ସାଧା କାଗଜରେ,ଆଙ୍କୁ ଆଙ୍କୁ ଛବିଟିଏ
ଯେତେ ସବୁ ରଙ୍ଗ ଥିଲା,ହେଇଗଲା ଶେଷ
ଛୁଇଁଦେଲି ସେ ଛବିକୁ ଆଖି ବୁଜି, ଜୀବନ ସେ ପାଇଗଲା
ଦେଖୁ ଦେଖୁ ହେଇଗଲା, ମୋ ମନ ମଣିଷ
ତା ସାଥିରେ ହସି ଖେଳି, ନିଜକୁ ମୁଁ ଭୁଲିଗଲି
ମିଠା ଦିନ ସରିଗଲା
 
ଏ ଫଗୁଣ ଏମିତିକା ଛୁଇଁ ଯିବ ଜାଣିଥିଲି
ହେଲେ ଦାଗ ଦେଇଯିବ,ଜାଣିନଥିଲି
 
ଦୁଷ୍ଟ ସେଇ ପୁଅ ସାଥେ ଗପୁ ଗପୁ
ଚଗଲି ମୁଁ ହେଇଗଲି, ନିଜ ସୀମା ଡେଈଂଗଲି
ପାରିଲିନି ଜାଣି
ଆଇନାକୁ ଦେଖୁ ଦେଖୁ, ଭାବେ ଆଜି
କଢ଼ିଟିଏ କାଲି ଥିଲି, ଫୁଲ ହେଇ ଫୁଟିଗଲି
କେମିତି କେଜାଣି
ତା ପ୍ରେମର ମୌସମୀ, ଗଲା ବୋଧେ ଚୁମି
ମହକ ସେ ଭରିଦେଲା
 
ଏ ମହକ ଏମିତିକା ଉଡିଯିବ ଜାଣିଥିଲି
ହେଲେ ଫୁଲ ଶୁଖିଯିବ, ଜାଣିନଥିଲି
 
କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ, ଜାଣିନଥିଲି
 
Thanks!
thanked 2 times
Submitted by PrathameshPrathamesh on Tue, 01/12/2020 - 10:43
Last edited by IceyIcey on Sun, 07/03/2021 - 14:50

 

Translations of "କିଛି ବାଟ ଚାଲି ପୁଣି ..."
Comments
PrathameshPrathamesh    Wed, 23/06/2021 - 04:04

The singer Tapu Mishra left us a few days ago. 😥😥. Bloody covid.

Read about music throughout history