Russia is waging a disgraceful war on Ukraine.     Stai cu Ucraina!
Acțiune
Marimea fontului
Versuri originale
Swap languages

ବକେ ବସିଥିଲା ଧ୍ରୁବ ଉପରେ

ବକେ ବସିଥିଲା ଧ୍ରୁବ ଉପରେ
ବିଷ୍ଣୁପଦକୁ ଭଜିଲା ଉତ୍ତାରେ
ବଳକ୍ଷପକ୍ଷକୁ ଅଙ୍ଗରେ ବହି
ବହନ ସେ ତମନାଶନ ବିହି
ବକତା ଏ ଗୀର
ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର
ବକତା ଏ ଗୀର
 
ବଧୁଁ କାମ ଧର୍ମେ ଅଛି ଜୀବନେ
ବଧୂ କାମ ବଶେ ଭ୍ରମ ଏ ବନେ
ବାଉନୁ ଅଛ ଯେଉଁ ରମଣୀଏ
ବିଶେଷ ଶୋଭା ତହୁଁ ରମଣୀଏ
ବିଂଶବାହୁ ରଥେ
ବିଲୋକିଛି ଗଲା ଦକ୍ଷିଣ ପଥେ
ବିଂଶବାହୁ ରଥେ
 
ବିଷପ୍ରସୂନୁଁ ଇନ୍ଦୁ ନିତି ଦେଖେ
ବିଲକ୍ଷ୍ୟ ପ୍ରସ୍ନ ନ ଥିଲା ତା ମୁଖେ
ବାଷ୍ପ ହେଉଛି ନୟନୁଁ ଜନିତା
ବୋଲନ୍ତି ମୀନ ଉଦ୍ଗାରେ ମୁକୁତା
ବଡ଼ ଊଣା ସେହି
ବାରିରେ ଲୁଚେ ଧରି ଭକ୍ଷେ ମୁହିଁ
ବଡ଼ ଊଣା ସେହି
 
ବାସ ଚହଟି ଅଙ୍ଗୁଁ ଯାଉଥିଲା
ବେଢ଼ିଥିଲେ ରଥେ ଭ୍ରମରମାଳା
ବର୍ଣ୍ଣ ଝଟକ ବିଜୁଳିରେ ନାହିଁ
ବାରିଜ ନିକଟେ ଦେଖିଛି ମୁହିଁ
ବୀଣା କି ମଧୁର
ବାହାରୁଥିଲା ଯେ ରାମସ୍ୱର
ବୀଣା କି ମଧୁର
ବାହାରୁଥିଲା ଯେଉଁ ରାମସ୍ୱର
ବୀଣା ଯେ ମଧୁର
 
ବୋଲିବ ତୁ ବୀଣା ଶୁଣିଲୁ କାହୁଁ
ବାଜଇ ସପତସ୍ୱରରେ ସେହୁ
ବର୍ଷାଭୁ ଧୈବତ ମୟୂର ଷଡ଼ଜ
ବନପ୍ରିୟରେ ପଞ୍ଚମ ସହଜ
ବାଜୁଛି ମୋ କର୍ଣ୍ଣେ
ବିଧିରେ ଏହିପରି ଆଉମାନେ
ବାଜୁଛି ମୋ କର୍ଣ୍ଣେ
 
ବାର୍ତ୍ତା ଶୁଣି ବର ଯାଚୁଁ କୃପାଳୁ
ବସାରେ ବର୍ଷାରେ ଆହାର ମିଳୁ
ବଳାକା ଭାଷୁ ଆଜ୍ଞାଦେଲେ ହେଉ
ବକୀ ଚତୁରମାସ ଆଣି ଦେଉ
ବଲ୍ଲଭୀ ଉଚ୍ଛିଷ୍ଟ
ବୋଲୁଁ ବୋଇଲେ ପାନ କରି ଓଷ୍ଠ
ବଲ୍ଲଭୀ ଉଚ୍ଛିଷ୍ଟ
 
ବିଧାତା ରଖିବାକୁ ପକ୍ଷ ହେଲେ
ବ୍ରହ୍ମାପଦବୀ ନ ରଖିବି ଭଲେ
ବୋଲିଣ ମଉନ ରଘୁନନ୍ଦନ
ବାନରପତି ଆଗମନେ ମନ*
ବୋଲେ ଉପଇନ୍ଦ୍ର
ବତିଶ ପଦେ ମନୋରମ ଛାନ୍ଦ
ବୋଲେ ଉପଇନ୍ଦ୍ର
ବତିଶ ପଦେ ମନୋରମ ଛାନ୍ଦ
ବୋଲେ ଉପଇନ୍ଦ୍ର
 
Traducere

A heron flying in the skies

A heron flying in the skies
Landed on a tree-stump
Its feathers spotless, snowy
He spoke words of consolation
"O Rama! Be at peace,
...for I am going to narrate...
...what I know about Sita"
 
Kama afflicts both of you, but Dharma does protect
Rama, you roam the forests out of love for her
The Sita you describe, in your melancholic song
Is nothing compared to the Sita I saw with my eyes
In the chariot of the twenty-armed
Ravana, flying southwards
I saw her, being carried away
 
The lily and the moon I see every day
She wasn't even smiling, yet her beauty excelled both of them
Bead-like tears rolled from her eyes, falling from the sky
Poets would have used the simile of a fish spewing pearls
But no; fishes are no match for her
Defeated by her countenance, they hide in water
And I catch & devour them.
 
As she went, a sweet fragrance engulfed the earth
Bees chased her, enamoured
Her radiance would defeat even lightning
It reminds me of a lotus surrounded by bees
The Veena, it stands nowhere
When one has had the fortune of listening
To the calls of "Rama, Rama"
Of poor Sita, weeping for her loved one.
The Veena is no match for her!
 
Now you shall ask, where did you, a heron, hear the Veena?
At the core are the seven swaras, isn't it?
From the frog Dhaivata, from the peacock Shadaja
From the cuckoo Panchama
These eternal swaras ring in my ears
And so have I learned them all
From mother nature herself
 
Pleased, Rama said, "Ask for a boon, heron."
"May I get food at home during the rainy months?"
Rama said, "So be it, your wife will fetch the food
"And feed you during the monsoon, o heron."
"How can I eat the leftovers of my wife?" he jumped
"Don't you drink the nectar of her lips?"
"There is no harm in it."
 
If the creator conspires to keep Sita away from me,
Then even the creator will be destroyed by me!
Having uttered so, Rama fell into silence
Awaiting the arrival of the Vanara army.
Says Upendra [=poet]
Listen to this melodious Chhānda
This enchanting Chhānda, in 32 stanzas.
O good people!
So says Upendra.
 
Comentarii