Russia is waging a disgraceful war on Ukraine.     Станите уз Украјину!
Објави
Величина фонта
Оригинални текстови
Swap languages

ବୀର ସିଙ୍ଘ ଚଉତିଶା

କହେ ବୀର ସିଂଘ
ଶୁଣ କାୟାର ବିଚାର
କାଳ କମଳ ନିରଞ୍ଜନ
ଅଛଇ ୟେକ ଠାର
କଳା ଧଳା ଲୋହିତ କୁଙ୍କୁମ
ଚାରି ବର୍ଣ୍ଣ
କହିଦେଲେ ବୀରସିଂଘ
ନୋହଇ ୟେ ଗ୍ୟାନ
ଅକାର ଉକାର ଯେ ମକାର ତିନିଗୁଣ
ଓଁକାର ଉପରେ ମାତ୍ରା ବିନ୍ଦୁଟି ପ୍ରମାଣ
ଉତ୍ପ୍ତି ଥିତି ପ୍ରଳୟ
ସତ ରଜ ତମ
ଉଚାରିଲେ ବୀରସିଂଘ
ନୋହଇ ଏ ବ୍ରହ୍ମ
ଛତିଶ ସୁମୃତି ଅଷ୍ଟାଦଶ ଯେ ପୁରାଣ
ଛଡ଼ଶାସ୍ତ୍ର ଚତୃବେଦ ନବ ବ୍ୟାକରଣ
ଛୟେ ଯଥା ଦେହାଦି ୟେ ହୋନ୍ତି ଆତଯାତ
ଛ ଛନ୍ଦେଣ ବୀରସିଂଘ
କହିଲେ ସିଧ୍ୟାନ୍ତ
ଥୋକାୟେ ପଣ୍ଡିତ କରୁଥାନ୍ତି ଅନୁମାନ
ଥିର ହୋଇ ଜୀବ ଅଛି ଅମର ଭୁବନ
ଥାନମାନ ସବୁ ସିନା ଦେହର ବୃତ୍ତାନ୍ତ
ଥିର କରି ବୀରସିଂଘ
କହିଦେଲେ ତତ୍ତ୍ୱ
ଦାରୁ ଯେ ପାଷାଣ ଅଷ୍ଟଧାତୁ
ମୃତି କରି
ଦେବତା ବୋଲିଣ ଜନେ ମନେଣ ଆଦରି
ଦେଖୁଂ ଦେଖୁଂ ଅଗ୍ୟାନରେ
କରନ୍ତି ପ୍ରଣାମ
ଦୁଢ଼େ ବୀରସିଂଘ ବୋଲେ
ନୋହଇ ୟେ ବ୍ରହ୍ମ
ଦେଖୁଂ ଦେଖୁଂ ଅଗ୍ୟାନରେ
କରନ୍ତି ପ୍ରଣାମ
ଧୁନି ଯାହା ବୋଲନ୍ତି ଯେ ଅନହତ ବାଣୀ
ଧୀରେ ଧରିଣ ପବନ
ବାହାନ୍ତି ଉଜାଣି
ଧ୍ୟାୟେ ଧାରଣା ନିୟମ
ଅଷ୍ଟାଙ୍ଗ ୟେ ଯୋଗ
ଧିକ ହୋଉ ୟେହୁ ଗ୍ୟାନ
କହେ ବୀରସିଂଘ
ଜପନ୍ତି ଯେ ଲକ୍ଷେ ନାମ
ୟେକାନ୍ତରେ ଥାଇ
ଯୋଗରେ ବସନ୍ତି କେହୁ ଅଷ୍ଟାଙ୍ଗରେ ଧ୍ୟାଇଂ
ଜାଗ୍ରତ ହୋଇଣ କେହୁ ବସେ ଦିବାନିଶି
ଯୋଗମାର୍ଗ ଗ୍ୟାନ ନୋହେ
ବୀରସିଂଘ ଭାଷି
କ୍ଷିତିର ମଧ୍ୟରେ ଯେତେ
ହୋନ୍ତି ଆତଯାତ
ଛିଡ଼ିବା ବଢ଼ିବା ସବୁ ଦେହର ବୃତ୍ତାନ୍ତ
କ୍ଷୋଭ ମନେ ନ ଧରି କହିଲି ମୁହିଂ ଯାହା
ଶୁଣ ତୁ ନଛିନ୍ଦ୍ର ମତେ
ଦୁଢ଼ କରି ୟେହା
କ୍ଷୋଭ ମନେ ନ ଧରି କହିଲି ମୁହିଂ ଯାହା
ଶୁଣ ତୁ ନଛିନ୍ଦ୍ର ମତେ ଦୁଢ଼ କରି ୟେହା
 
Превод

Bira Singha Chautisha

Says Bira Singha,
listen to the secrets of the body
The spotless lotus of time
is at one end,
Black, White, Red and Saffron
in these four colours
But says Bira Singha,
"This is not knowledge."
'a', 'u', 'm' - these three syllables
The dot on the 'om'
Creation, Preservation, Destruction
Sattvik, Rajasik and Tamasik
Says Bira Singha,
"None of this is knowledge"
36 Smritis and 18 Puranas
The 6 arts, 4 vedas and 9 books on grammar
Like 6 (?) flows in our body
And in these patterns of 6,
Bira Singha [=poet] has expressed the truth.
Some pundits speculate
That the soul is immortal
? (mystic language)
Constant, Bira Singha
has told the essence.
Wood, Stone and Ashtadhatu
is fashioned into idols
And men think of them as god
Out of ignorance,
they bow before idols
Firm, Bira Singha says
that this is not the truth.
Out of ignorance,
they bow before idols.
Fires burning forever
And controlling the
winds flowing inside the body
Meditating within the rules
of Ashtanga Yoga
Damned be such knowledge,
says Bira Singha.
They chant a thousand names
sitting in solitude
And some sit in Yoga
Some wake up day and night
Yoga is not knowledge,
so says Bira Singha.
In the centre of the universe,
all that moves here and there
Life and Death are mere states of the body
Without repent in your mind, son
Listen, Nachhindra [=the poet's pupil]
and keep it firm in your heart.
Without repent in your mind
Hold in your heart what I revealed to you.
 
Коментари