Favorites
Share
Font Size
Original lyrics
Swap languages

ଗୋପ ନଗରୀରୁ ଚିଠି ଆସିଛି

ଗୋପ ନଗରୀରୁ ଚିଠି ଆସିଛି, ଗୋପ ନଗରୀରୁ ଚିଠି ଆସିଛି
ଚିଠି ବାସୁଛି ତୁଳସୀ-ତୁଳସୀ , ଚିଠି ବାସୁଛି ତୁଳସୀ-ତୁଳସୀ
ଭାଇ-ଭଉଣୀ କାଳେ ପାରିବେ ଜାଣି, କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି

କାଳିଆ ପଢ଼େ ଲୁଚିଲୁଚି

ରାଧିକା ଲେଖିଛି ଚିଠି କଜଳେ କଜଳେ, କେତେ ଯେ ଚାହିଁଛି ଆଖି ସଜଳେ ସଜଳେ

ରାଧା ତ ମାଳ ସରୁ ପାଖୁଡ଼ା ଖୋଲି, ମିନତୀ କରି ଲେଖେ ଆସିବ ବୋଲି

ମାଳି ଆଣିଛି ଫୁଲ ଚିଠି
ଚିଠି ବାସୁଛି ତୁଳସୀ-ତୁଳସୀ , ଚିଠି ବାସୁଛି ତୁଳସୀ-ତୁଳସୀ
 
ହସୁଛି କାଳିଆ ସିନା ଅନ୍ତରେ କାନ୍ଦୁଛି, ଖଣ୍ଡୁଆ କାନିରେ ସରାଗେ ବାନ୍ଧୁଛି

କଥା ଦେଇଛି ଏଣେ ଇନ୍ଦ୍ରଦ୍ୟୁମ୍ନକୁ, ଛାଡ଼ି ଯିବନି କେବେ ନୀଳାଚଳକୁ

ଭାରି ଅଡ଼ୁଆ ଏଇ ଚିଠି
ଚିଠି ବାସୁଛି ତୁଳସୀ-ତୁଳସୀ , ଚିଠି ବାସୁଛି ତୁଳସୀ-ତୁଳସୀ
 
ଗୋପ ନଗରୀରୁ ଚିଠି ଆସିଛି, ଗୋପ ନଗରୀରୁ ଚିଠି ଆସିଛି
ଚିଠି ବାସୁଛି ତୁଳସୀ-ତୁଳସୀ , ଚିଠି ବାସୁଛି ତୁଳସୀ-ତୁଳସୀ
ଭାଇ-ଭଉଣୀ କାଳେ ପାରିବେ ଜାଣି, କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
ଭାଇ-ଭଉଣୀ କାଳେ ପାରିବେ ଜାଣି, କଳା ଶ୍ରୀମୁଖେ ପାଟ ଖଣ୍ଡୁଆ ଟାଣି
କାଳିଆ ପଢ଼େ ଲୁଚିଲୁଚି
ଚିଠି ବାସୁଛି ତୁଳସୀ-ତୁଳସୀ , ଚିଠି ବାସୁଛି ତୁଳସୀ-ତୁଳସୀ
 
Transliteration

Gopa nagarīru ciṭhi āsichi

Gopa nagarīru ciṭhi āsichi, gopa nagarīru ciṭhi āsichi
Ciṭhi bāsuchi tul̤asī-tul̤asī , ciṭhi bāsuchi tul̤asī-tul̤asī
Bhāi-bhaüṇī kāl̤e pāribe jāṇi, kal̤ā śrīmukhe pāṭa khaṇḍuā ṭāṇi

Kāl̤iā par̤he luciluci

Rādhikā lekhichi ciṭhi kajal̤e kajal̤e, kete ye cāhim̐chi ākhi sajal̤e sajal̤e

Rādhā ta māl̤a saru pākhur̤ā kholi, minatī kari lekhe āsiba boli

Māl̤i āṇichi phula ciṭhi
Ciṭhi bāsuchi tul̤asī-tul̤asī , ciṭhi bāsuchi tul̤asī-tul̤asī
 
Hasuchi kāl̤iā sinā antare kānduchi, khaṇḍuā kānire sarāge bāndhuchi

Kathā deichi eṇe indradẏumnaku, chār̤i yibani kebe nīl̤ācal̤aku

Bhāri ar̤uā ei ciṭhi

Comments