Luis Fonsi

Sola - Odia の翻訳

アルバム:
Vida (2019)
オリジナル歌詞
翻訳

Sola

ଏକେଲା

ମୁଁ ଜାଣେ ଯେ ତୋର ଭଲପାଇବା ବିଷୟରେ କଥା ହେବ ଦରକାର ନାହିଁ, ମୁଁ ଜାଣେ
କିନ୍ତୁ ମୁଁ ରହିପାରୁନି ଓ ମୁଁ ତୋତେ କହିବାକୁ ଯାଉଛି
ଯେ ତୋ ଚାହାଣି ମୋତେ ବହୁତ ଭଲ ଲାଗେ
ଓ ମୁଁ ସ୍ଵପ୍ନ ଦେଖିଥିଲି, ମୁଁ ଜାଣେ ସ୍ଵପ୍ନରେ କିଏ ଥିଲା
ଯଦି ତୁ ମୋ ସହିତ କଥା ହେବାକୁ ଚାହୁଁ, ମୁଁ ତୋତେ ପଚାରିବି
 
କହ ମୋତେ କି ତୁ ଏକେଲା ଅଛୁ ଓ ଆଉ କେହି ତୋତେ ମୋ ପରିକା ଚାହାନ୍ତି ନାହିଁ
କହ ମୋତେ କି ସମୟ ଜମା ବିତେନା, ଯେବେ ଆମେ ସାଥେ ଥାଉ
ତୋ ରାଣ ଖାଉଛି, ଯଦି ତୁ ମୋ ସାଙ୍ଗେ ଆସିଲୁ
ସବୁବେଳେ ଗୋଟେ ଚୁମ୍ବନ ସହିତ ନିଦାରୁ ଉଠିବୁ
ଯଦି ତୁ ମୋତେ ଭଲପାଇଲୁ, ତୋ ରାଣ ଯେ ମୁଁ ବି ତୋତେ ଭଲପାଇବି
ତୋତେ...
ତୋତେ...
 
ଯେବେ ମୁଁ ତୋତେ ଦେଖିଲି
ସବୁକିଛି ଗୋଟେ ନିମିଷରେ ଚାଲିଗଲେ ଓ ମୋର ଅସ୍ତିତ୍ଵ ହଜିଗଲା
ଯେମିତି ମୁଁ ସମୟ ଭିତରେ ନିରୁଦ୍ଧିଷ୍ଟ
ତୋର ଧନ୍ୟବାଦ ଯେ ମୋ ପାଖକୁ ଫେରି ଆସିଲା
ମୋ ପାଖକୁ ଫେରି ଆସିଲା, ଗାଇବା ପାଇଁ ମୋ କଣ୍ଠ, ଏହା ମୁଁ ଜାଣେ
ମୁଁ ତୋତେ ଏଇଟା ପଚାରିବି
 
କହ ମୋତେ କି ତୁ ଏକେଲା ଅଛୁ ଓ ଆଉ କେହି ତୋତେ ମୋ ପରିକା ଚାହାନ୍ତି ନାହିଁ
କହ ମୋତେ କି ସମୟ ଜମା ବିତେନା, ଯେବେ ଆମେ ସାଥେ ଥାଉ
ତୋ ରାଣ ଖାଉଛି, ଯଦି ତୁ ମୋ ସାଙ୍ଗେ ଆସିଲୁ
ସବୁବେଳେ ଗୋଟେ ଚୁମ୍ବନ ସହିତ ନିଦାରୁ ଉଠିବୁ
ଯଦି ତୁ ମୋତେ ଭଲପାଇଲୁ, ତୋ ରାଣ ଯେ ମୁଁ ବି ତୋତେ ଭଲପାଇବି
ତୋତେ...
ତୋତେ...
 
ଯେବେ ରାତି ଭୋରରେ ବଦଳେ
ମୁଁ ଭଲପାଇବା ଜାଣିନଥିଲି କିନ୍ତୁ ତୋ ସାଥେ ଏହା ମୋ ସହିତ ଘଟିଲା
କେବଳ ତୋ ସାଥେ
ଜୀବନରେ ଖୁସି ହେବା ପାଇଁ ହଜାରେ କାରଣ ଖୋଜିଲି
 
ଆଜି ମୋ ପାଖରେ ସବୁକିଛି ଅଛି, ତୋ କାରଣରୁ
କେବଳ ତୋ କାରଣରୁ
କେବଳ ତୋ କାରଣରୁ
କେବଳ ତୋ କାରଣରୁ ...
 
କହ ମୋତେ କି ତୁ ଏକେଲା ଅଛୁ ଓ ଆଉ କେହି ତୋତେ ମୋ ପରିକା ଚାହାନ୍ତି ନାହିଁ
କହ ମୋତେ କି ସମୟ ଜମା ବିତେନା, ଯେବେ ଆମେ ସାଥେ ଥାଉ
ତୋ ରାଣ ଖାଉଛି, ଯଦି ତୁ ମୋ ସାଙ୍ଗେ ଆସିଲୁ
ସବୁବେଳେ ଗୋଟେ ଚୁମ୍ବନ ସହିତ ନିଦାରୁ ଉଠିବୁ
ଯଦି ତୁ ମୋତେ ଭଲପାଇଲୁ, ତୋ ରାଣ ଯେ ମୁଁ ବି ତୋତେ ଭଲପାଇବି
 
କହ ମୋତେ କି ତୁ ଏକେଲା ଅଛୁ ଓ ଆଉ କେହି ତୋତେ ମୋ ପରିକା ଚାହାନ୍ତି ନାହିଁ
(କେହି ତୋତେ ମୋ ପରିକା ଚାହାନ୍ତି ନାହିଁ)
କହ ମୋତେ କି ସମୟ ଜମା ବିତେନା, ଯେବେ ଆମେ ସାଥେ ଥାଉ
ତୋ ରାଣ ଖାଉଛି, ଯଦି ତୁ ମୋ ସାଙ୍ଗେ ଆସିଲୁ
ସବୁବେଳେ ଗୋଟେ ଚୁମ୍ବନ ସହିତ ନିଦାରୁ ଉଠିବୁ
 
ଯଦି ତୁ ମୋତେ ଭଲପାଇଲୁ, ତୋ ରାଣ ଯେ ମୁଁ ବି ତୋତେ ଭଲପାଇବି
ତୋତେ...
ତୋତେ...
ତୁ ଏକେଲା ଅଛୁ କି
ତୁ ଏକେଲା ଅଛୁ କି
ତୁ ଏକେଲା ଅଛୁ କି
You can thank submitter by pressing this button
expand collapse 翻訳の詳細
Amit_4563Amit_4563
25 9月 2021 - 17:45 に投稿