• Babul Supriyo

    ସକାଳର ପହିଲି ଗାଡ଼ିରେ

  • 2 translations
Favorites
Share
Font Size
Original lyrics

ସକାଳର ପହିଲି ଗାଡ଼ିରେ lyrics

ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
ପରଦେଶୀକୁ ବାନ୍ଧି ପାରିବୁନି
ପରଦେଶୀକୁ ବାନ୍ଧି ପାରିବୁନି
ଗୋରୀ ତୋ ପଣତରେ
ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
 
ମେଘକୁ କିଏ ବାନ୍ଧି ପାରିବ, ଝଡ଼କୁ କିଏ ରୋକି ପାରିବ
କଥାରେ କଥାରେ ରହିବ କଥା, ତୁଠରୁ ଲିଭିବ ରଙ୍ଗ ଅଳତା
ଗୋରୀ ନାଁ ମୋର କାଇଁ ଲେଖିଦେଲୁ
ଗୋରୀ ନାଁ ମୋର କାଇଁ ଲେଖିଦେଲୁ
ତୋ ମନ ସିଲଟରେ
ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
 
ସପନକୁ ନାହିଁ ପଞ୍ଜୁରୀ , ପବନକୁ ନାହିଁ ଶିକୁଳି
ରାତିର କାହାଣୀ ସକାଳେ ଶେଷ,ଆଖିର ଲୁହରେ ଲିଭିବ ହସ
ମିଛେ କାହିଁକି ଆଶା ବାନ୍ଧିଲୁ ତୁ
ମିଛେ କାହିଁକି ଆଶା ବାନ୍ଧିଲୁ ତୁ
ସିନ୍ଦୁର ଫରୁଆରେ
ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
ସକାଳର ପହିଲି ଗାଡ଼ିରେ , ଚାଲିଯିବି ତୋତେ ମୁଁ ଛାଡ଼ି ରେ
 

 

Translations of "ସକାଳର ପହିଲି ଗାଡ଼ିରେ ..."
Babul Supriyo: Top 3
Comments